କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌, ବର୍ତ୍ତିଲେ ୫୦ରୁ ଅଧିକ କଳାକାର

ଗୋପ : ଯାତ୍ରା ପାର୍ଟି ବସ୍‌ ଦୁର୍ଘଟଣା । ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ବନ୍ଧରେ ଝୁଲିରହିଛି ଯାତ୍ରା ପାର୍ଟିର ବସ୍‌ । ବର୍ତ୍ତିଲେ ୫୦ରୁ ଅଧିକ କଳାକାର ।

ଖବର ଅନୁଯାୟୀ, ଯାତ୍ରା ପାର୍ଟି ରାଜନନ୍ଦିନୀର କଳାକାରଙ୍କୁ ନେଇ ଏକ ବସ୍‌ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା । ଗାଡ଼ିରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ହେଲେ ପୁରୀ ଜିଲ୍ଲା ନିମାପଡ଼ା ନୂଆସନ୍ଥ ବଳଙ୍ଗା କେନାଲ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏପିରିକି ବସ୍‌ଟି କେନାଲ ବନ୍ଧରେ ଝୁଲିରହିଛି । ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ରୁ ଅଧିକ କଳାକାର । ଦୁର୍ଘଟଣା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ଉଦ୍ଧାର କରାଯାଇଛି ।

 

ଆହୁରି ପଢ଼ନ୍ତୁ :  ଲକ୍ଷ୍ମୀ ବସ୍‌-ହାଇୱା ମୁହାଁମୁହିଁ ଧକ୍କା: ୨ ଗୁରୁତର; ୧୦ ଆହତ