ଯାତ୍ରା ଜଗତର କମେଡ଼ି ବାଦଶାହ ଜଗା ରାଉତଙ୍କ ପରଲୋକ

ପିପିଲି (କେନ୍ୟୁଜ୍‌) : କରୋନା ନେଇଗଲା ଆଉ  ଜଣେ  କଳାକାରଙ୍କୁ । ଓଡିଶା ଯାତ୍ରା ଜଗତର  ବିଶିଷ୍ଟ ହାସ୍ୟ ଅଭିନେତା ଜଗା ରାଉତଙ୍କ କରୋନାରେ ପରଲୋକ ହୋଇଛି। କରୋନା ସଂକ୍ରମିତ ହେବା ପରେ ସେ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ପୂର୍ବାହ୍ନରେ ତାଙ୍କର  ଦେହାନ୍ତ ହୋଇଥିବା ସୂଚନା ମିଳିଛି । ପୁରୀ ଜିଲ୍ଲା ନିମାପଡାରେ  ଜନ୍ମ ନେଇଥିଲେ ଜଗା ।  ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

jaga rout

 

ଦୀର୍ଘ ୬୨ ବର୍ଷ ଧରି ଯାତ୍ରା ଅଭିନୟ ସହ ସେ ଜଡିତ ଥିଲେ । ଓଡ଼ିଆ ଯାତ୍ରା ଜଗତରେ ଜଗା ମଉସା ଭାବେ ପରିଚିତ । ୧୯୫୮ ମସିହାରେ ଅଭିନୟକୁ ଆସିଥିବା ଜଗା ରାଉତ ସାତଶଙ୍ଖ ଅପେରା କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିଥିଲେ ।  ସେ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ମୃତ୍ୟୁ ଯାତ୍ରା ଜଗତ ସହ ଯାତ୍ରା ପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.