ପାଣି ପିଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ ଆକ୍ରାନ୍ତ

ଭଦ୍ରକ(କେନ୍ଯୁଜ୍) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଗଉଡୁଣୀ ପୋଖରୀ ଗାଁରେ ଜଣ୍ଡିସ ଆତଙ୍କ । ଦୂଷିତ ପାଣି ପିଇ ଗାଁର ୩୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଏକ ମେଡିକାଲ ଟିମ୍ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବ ବୋଲି ଚାନ୍ଦବାଲି ମେଡିକାଲ ଅଫିସର କହିଛନ୍ତି ।