ସମ୍ବଲପୁରରେ ଜଣ୍ଡିସ୍ ଆତଙ୍କ, ୪୯ ଜଣଙ୍କ ନିକଟରେ ଭୂତାଣୁ ଚିହ୍ନଟ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଜଣ୍ଡିସ୍ ଆତଙ୍କ । ମୋଟ ୪୯ ଜଣଙ୍କ ନିକଟରେ ଜଣ୍ଡିସ ଭୂତାଣୁ ଚିହ୍ନଟ ହୋଇଛି । ସର୍ଭେଲାନ୍ସ ପରେ ପୂରା ମହାନଗର ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି । ଜଣ୍ଡିସ କାୟା ମେଳାଉଥିବା ସ୍ପଷ୍ଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି ।

ସମସ୍ତ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ କର୍ମୀମାନେ ବିଭିନ୍ନ ପଡ଼ାକୁ ଯାଇ ଲୋକଙ୍କୁ ସଚେତନ କରିଛନ୍ତି। ରାସ୍ତା କଡ଼ରେ ବିକ୍ରି ହେଉଥିବା ଗୁପଚୁପ୍, ଚୁସ୍ ସ୍କି ର ପାଣିର ନମୁନା ସଂଗ୍ରହ ହୋଇଛି। ନମୁନାରୁ ଜଣ୍ଡିସ୍ ଭୂତାଣୁ ଠାବ ହେବା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି ।  ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କୁମ୍ଭାରପଡ଼ା, ଶାଲିଆ ବଗିଚା ଓ ପେନସନ୍ ପଡ଼ା ଅଞ୍ଚଳର ବାସିନ୍ଦା ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେହି ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରାଯାଇଛି । ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।

ଜଣ୍ଡିସ୍‍ ର କେତେକ ସାଧାରଣ ଲକ୍ଷଣ ରହିଛି । ସେଥିମଧ୍ୟରୁ ଚର୍ମ ଆଭ୍ୟନ୍ତରୀଣ ଅଙ୍ଗ ହଳଦିଆ ପଡିବା, ପେଟ ଯନ୍ତ୍ରଣା, ପେଟ ଖରାପ, ବାନ୍ତି, କାଶ, ଥକାପଣ, ପେଟ ଫୁଲିବା । ଭାଇରସ୍‍ ସଂକ୍ରମଣ, ଯକୃତ ରୋଗ, ଗଳା ଦରଜ ହେବା, ମଦ୍ୟପାନ କିମ୍ବା ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣ ଭଳି ଅନେକ କାରଣରୁ ଏହି ରୋଗ ହୋଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିସିନ ଖାଇବା ଜରୁରୀ ।

 

Leave A Reply

Your email address will not be published.