କାର୍ଯ୍ୟରତ ଥିବା ସମୟରେ ହୃଦଘାତରେ ଚାଲିଗଲା ଯବାନଙ୍କ ଜୀବନ

ଘସିପୁରା: ନାସିକରେ ଯବାନ ଭାବେ କାର୍ଯ୍ୟରତ ଥିବା ସମୟରେ ଘସିପୁରା ବ୍ଲକ୍ କଶେଦୁରାପାଳ ଗ୍ରାମର ହରିଶ ଦବେ ବାରିକଙ୍କର ହୃଦଘାତରେ ପରଲୋକ ହୋଇଛି ।  ତାଙ୍କ ମରଶରୀର ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ ସେଠାରୁ ନିଜ ପୈତୃକ ଗ୍ରାମ କଶେଦୁରାପାଳ ଅଣାଯାଇଥିଲା ।  ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ ।

ଖବର ପାଇ ଅନକେ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ । ମରଶରୀରକୁ ରମୋଳ ନଦୀକୂଳକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା । କଶେଦୁରାପାଳ ଗ୍ରାମର ଅନାମ ଚରଣ ବାରିକ୍ ଓ ସ୍ବର୍ଗତ ସତ୍ୟଭାମାଙ୍କ ପୁଅ ହରିଶ ୧୯୮୬ ରେ ଜନ୍ମଗ୍ରହଣ କରିଥିଲେ ।  ଚାରିର୍ବଷ ତଳେ ତାଙ୍କର ବିବାହ ହୋଇଥିଲା।  ଘରେ ପତ୍ନୀ ସିପ୍ରା ବାରିକ ଓ ତାଙ୍କର ଦୁଇ ଶିଶୁକନ୍ୟା ଅଛନ୍ତି ।  ଯବାନଙ୍କ ଅକାଳ ବିୟୋଗରେ ଘସିପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

You might also like