ଆଜି କାର୍ଗିଲ ବିଜୟ ଦିବସରେ ଜାଣନ୍ତୁ ଜଣେ ବୀର ଯବାନଙ୍କ କଥା, ଭାରି କଷ୍ଟଦାୟକ ଥିଲା ସେତେବେଳର କାହାଣୀ

ନରସିଂହପୁର : ଆଜି ହେଉଛି ସେହି ବିଜୟର ଦିବସ ଯେଉଁ ଦିବଶ ରେ ତ୍ୟାଗ ବଳିଦାନ ନିଷ୍ଟା ଓ ପରିକାଷ୍ଟାର ସହ ନିଜ ମାତୃଭୂମିକୁ ଶତ୍ରୁ କବଳରୁ ବାଞ୍ଛାଇବା ପଡୋଶୀ ଶତ୍ରୁକୁ ପରାସ୍ତ କରି ବିଜୟର ଟୀକା ମୁଣ୍ଡରେ ମାରି କାର୍ଗିଲରେ ବିଜୟ ଦିବସ ପାଳନ କରିବାର ଦିନ । ୧୯୯୯ ମସିହା ଜୁଲାଇ ୨୬ ଆଜିର ଏହି ଦିନଟିକୁ ଆମେ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରିଥାଉ । ଏହି ଦିନଟି ଆମ ଭାରତ ବର୍ଷ ପାଇଁ ଏକ ଅଭୂଲା ଦିନ ଓ ବହୁ ବିର ଜବାନ ମାନଙ୍କ ବଳିଦାନର ଦିବସ । ନିଜର ମାତୃଭୂମି ପାଇଁ ବହୁ ଯବାନ ସହିଦ ହୋଇଛନ୍ତି ଓ ବହୁ ଯବାନ ପଙ୍ଗୁ ହୋଇଯାଇଛନ୍ତି ତ କେହି କେହି ଯବାନ ଶତ୍ରୁ ମାନଙ୍କ ଗୁଳିମାଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେହିପରି ଜଣେ ଯବାନ କଟକ ଜିଲ୍ଲା ନରସିଂହପୁର ବ୍ଲକ ସିଆରିଆ ଗ୍ରାମର ପ୍ରସନ୍ନ କୁମାର ସାହୁ । ଏକ ମଧ୍ୟବିତ ପରିବାରରୁ ଆସିଥିବା ପ୍ରସନ୍ନଙ୍କ ବାପା ରାସନ ଦୋକାନ କରି ପରିବାର ପୋଷିଥାନ୍ତି ।

ପ୍ରସନ୍ନ ଭାରତୀୟ ସେନାରେ ପ୍ରଥମ କରି ୦୭/୦୪/୧୯୭୦ ମସିହାରେ ସିପାହୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୩୦ ଏପ୍ରିଲ ୨୦୦୬ ମସିହାରେ ଅନେରାରି କ୍ୟାପଟେନ ଭାବେ ସୂଚାରୁ ରୂପେ ଦାଇତ୍ୟ ତୁଲାଇ ଅବସର ଗ୍ରହଣ କରି ଏବେ ନିଜ ବାସଭବନରେ । ସେ ଦାୟିତ୍ୱ ନେବା ପରେ ବହୁ ଯୁଦ୍ଧ ହୋଇଛି ସେଥି ଭିତରୁ କାର୍ଗିଲ ଯୁଦ୍ଧ ଅନ୍ଯତମ ଥିଲା ।ଏହି ଯୁଦ୍ଧ ସମୟରେ ନିଜେ କ୍ୟାପଟେନ ଭାବେ କମ ସଂଖ୍ୟକ ସିପାହିକୁ ନେଇ ହାଇ ଗ୍ରାଉଣ୍ଡ ଅନନ୍ତନାଗ ଠାରେ ୧୫୨ ଇନଫେଟ୍ରି ବାଟାଲିୟନ ଶିଖ ରେଜିମେଣ୍ଟ ରହି ପୁରା ଯୁଦ୍ଧକୁ କଣ୍ଟ୍ରୋଲ କରିବା ସହ ହେଲିକ୍ୟାପଟର ରେ ଯାଇ ବିଭିନ୍ନ ସିପାହୀ ମାନଙ୍କୁ ଅସ୍ତ୍ର ଶସ୍ତ୍ର ଯୋଗାଉ ଥିଲେ । ବିଭିନ୍ନ ସମୟରେ ଗୁଳି ତାଙ୍କ ପାଖ ଦେଇ ଚାଲିଯାଇଛି ହେଲେ ମାତୃଭୂମିର ସେବାରେ ନିଯୋଜିତ ଥିବାରୁ ତାଙ୍କର କିଛି ହୋଇନଥିଲା ବୋଲି କହିଛନ୍ତି ଓ ତା ସହ ଯୁଧ ବେଳେ କେବଳ ଯୁଧ ଚିନ୍ତା ଓ ତା ଛଡା ଘର , ବନ୍ଧୁ ବାନ୍ଧବଙ୍କ କଥା ମନେ ପଡେନାହିଁ ବୋଲି କୁହନ୍ତି ପ୍ରସନ୍ନ।

ତେବେ ଯୁଦ୍ଧ ସମୟରେ ବହୁଦିନ ଧରି ଘରେ ଭୟରେ ରହିବା ସହ ସମସ୍ତ ପରିବାର ଉପାସ ଭୋକରେ ରହି ନିଜ ପ୍ରିୟଜନଙ୍କ ପାଇଁ ପୂଜା ଅର୍ଚନା କରୁଥିଲେ ବୋଲି ପରିବାରର ସଦସ୍ୟ କହିଛନ୍ତି । ପିଲାଦିନେ ପାଠ ପଢିବା ବେଳେ ସେ ଜଣେ ଶାନ୍ତ ସରଳ ଓ ଜଣେ ମେଧାନୀ ଛାତ୍ର ଥିଲେ ବୋଲି ତାଙ୍କୁ ପାଠ ପଢାଇଥିବା ଶିକ୍ଷକ କହୁଥିବାବେଳେ ସେ ଜଣେ ଭଦ୍ର ଅମାଇକ ଓ କର୍ତ୍ତବ୍ୟ ନିଷ୍ଟା ବୋଲି ବୁଧିଜୀବି ଓ ପଧୋଶି କହିଛନ୍ତି । ତେବେ ଆଜିର ବିଜୟ ଦିବସରେ ସହିଦ ହୋଇଥିବା ବୀର ଯବାନ ମାନଙ୍କୁ ଶତକୋଟି ପ୍ରଣାମ ଓ ପରିବାର ବର୍ଗଙ୍କୁ ଶତକୋଟି ପ୍ରଣାମ ଜଣାଇଛନ୍ତି ବିଧାୟକ ଓ ସମାଜ ସେବୀ ।