ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା, ୪ ସନ୍ଧ୍ୟାରୁ ୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା: SRC

ପୁରୀ(କେନ୍ଯୁଜ୍): ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ନ ଛୁଇଁଲେ ଓଡ଼ିଶା ଉପକୂଳ ଦେଇ ଯାଇପାରେ ବାତ୍ୟା। ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ଯାଇପାରେ ବାତ୍ୟା। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ଥିବା ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। ୪ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କାଲି ମଧ୍ୟାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ। ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ବେଗରେ ପବନ ବହିବ।

ଦୁଇ ଦିନ ପାଇଁ ଘରେ ପିଇବା ପାଣି ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ଆଜି ମଧ୍ୟରାତ୍ରୀରୁ ବର୍ଷାର ପରିମାଣ ବଢିବ, ଆସନ୍ତାକାଲି ବର୍ଷାର ପରିମାଣ ଅଧିକ ରହିବ ବୋଲି SRC ସୂଚନା ଦେଇଛନ୍ତି। ୪ ଓ ୫ ତାରିଖ ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ବନ୍ୟା ଆଶଙ୍କା ନାହିଁ, ତଳିଆ ସ୍ଥାନରେ ପାଣି ଜମିପାରେ। ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ୨୬୬ଟି ଓଡ୍ରାଫ, NDRF, ଫାୟାର ଟିମ୍‌ ସଜାଗ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.