ବାଲିଗୁଡ଼ା ଶ୍ରୀରାମପୁର CRPF କ୍ୟାମ୍ପରେ ଫୁଟିଲା ଗୁଳି, ଗୁରୁତର ଆହତ ହେଲେ ଯବାନ

କନ୍ଧମାଳ (କେନ୍ଯୁଜ୍): ଗୁଳି ବାଜି ଯବାନ ଗୁରୁତର। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଶ୍ରୀରାମପୁରର CRPF 8TH ବାଟାଲିୟାନରେ ଏହି ଅଘଟଣ ଘଟିଛି। CRPF ଇନିସପେକ୍ଟର ଶୁକଦେବ ସିଂ ପେରା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ କୋଟଗଡ଼ ମେଡିକାଲ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିମାଡର କାରଣ ଅସ୍ପଷ୍ଟ ଥିବାବେଳେ ସେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରୁଥିବା ସନ୍ଦେହ କରାଯାଉଛି।