କାର୍ଯ୍ୟରତ ଥିବା ସମୟରେ ଯବାନ ସୁଦାମଚରଣ ପୃଷ୍ଟିଙ୍କ ଦେହାନ୍ତ

ଆନନ୍ଦପୁର (କେନ୍ୟୁଜ) : ଆନନ୍ଦପୁର ଉପଖଣ୍ଡ ଅତାସାହିପାଟଣା ଗାଁର ଯବାନ ସୁଦାମଚରଣ ପୃଷ୍ଟି ଆସାମର ସିଲିଗୁଡି ଠାରେ କାର୍ଯ୍ୟରତ ଥିବା ସମୟରେ କୌଣସି କାରଣ ଯୋଗୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଗତକାଲି ରାତିରେ ପ୍ରତିରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଗାଡିରେ ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଗାଁ ପରିକ୍ରମା କରାଯାଇ ଗାଁ ସ୍ମସାନରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ଘଷିପୁରା ପୋଲିସ ପକ୍ଷରୁ ଯବାନଙ୍କ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଛି। ଯବାନଙ୍କ ମୃତ୍ୟୁରେ ସ୍ଥାନୀୟ ଅଧିବାସୀଙ୍କ ସମେତ ପରିବାର ବର୍ଗ ମ୍ରିୟମାଣ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.