ସାଥୀ ଯବାନର ବନ୍ଧୁକ ଗୁଳିରେ ୪ ଯବାନ ମୃତ, ଆଉ ୩ଜଣ ଗୁରୁତର

ମାଲକାନଗିରି(କେନ୍ଯୁଜ୍): ଯବାନଙ୍କ ଆଖିମୁଜା ଗୁଳି ବର୍ଷାରେ ସାଥି ଯବାନ ମୃତ । CRPF ଯବାନଙ୍କ ସାଥି ଯବାନ ଉପରେ ଗୁଳିମାଡ଼ରେ ୪ ମୃତ, ୩ ଆହତ । ଗୁରୁତର ଯବାନଙ୍କୁ ପ୍ରଥମେ ଭଦ୍ରାଚଲମ ମେଡିକାଲ ଓ ପରେ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି ।

ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଲିଙ୍ଗମପଲ୍ଲୀ CRPF କ୍ୟାମ୍ପରେ ଏଭଳି ଅଘଟଣ ଘଟିଛି । ପରସ୍ପର ମଧ୍ୟରେ ଗଣ୍ଡଗୋଳ ଲାଗି ଯବାନମାନେ ଗୁଳି ଫୁଟାଫୁଟି ହୋଇଥିଲେ । ୭ଜଣଙ୍କ ଦେହରେ ଗୁଲି ବାଜିଥିଲା। ଗୁଳି ଚଳାଇଥିବା ଯବାନଙ୍କୁ ହେପାଜତକୁ ନେଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.