ରାଜ୍ୟ

ଶିକ୍ଷକ ହେବ ତ ଏମିତି: ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ହେବ କରିଚାଲିଛନ୍ତି ନିଜ କର୍ତ୍ତବ୍ଯ, ଲୋକଙ୍କୁ ଦେଉଛନ୍ତି ସଚେତନତା ବାର୍ତ୍ତା

ମାଲକାନଗିରି(କେନ୍ୟୁଜ୍): ଆମ ଜୟ ଶଙ୍କର ମାଝୀ ସାର ଜଣେ ଭାରି କର୍ତ୍ତବ୍ୟ ନିଷ୍ଠାବାନ ଲୋକଟିଏ। ସେଇଥିପାଇଁ ନିଜ ପରିବାର ଛାଡି ଆମ ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ନିଜର କରିନେଇଛନ୍ତି। ମାଲକାନଗିରି ଜିଲ୍ଲାର ମାଓ ଇଲାକା ବା ଲାଲ କରିଡର କହିଲେ ସ୍ୱାଭିମାନ ଅଞ୍ଚଳ ବୁଝାଏ। ସେହି ଅଞ୍ଚଳରେ କୌଣସି ସରକାରୀ ବାବୁ ରହିବାକୁ ଅମଙ୍ଗ। କାରଣ ମାଓବାଦୀଙ୍କ ନାଲିଆଖି ପାଇଁ କିଏବା ନିଜ ପ୍ରାଣ ବଳି ଦେବ। ଆପେ ବଞ୍ଚିଲେ ବାପର ନାଁ। ହେଲେ ଆମ ଜୟ ଶଙ୍କର ସାର କିନ୍ତୁ ନିଜ କର୍ତ୍ତବ୍ୟରେ ଅଟଳ। ସୁଦୂର କଳାହାଣ୍ଡିରେ ତାଙ୍କ ଘର। ହେଲେ ସାର ଦୀର୍ଘ ବର୍ଷ ହେବ ଏହି ସ୍ୱାଭିମାନ ଅଞ୍ଚଳର ଦିଆନଗୁଡ଼ି ସ୍କୁଲରେ ଶିକ୍ଷକ ଭାବେ ତାଙ୍କରି କର୍ମ ଭୂଇଁ ବାଛି ନେଇଛନ୍ତି।

ଏଠାରେ ମାଓବାଦୀଙ୍କ ଚୋରା ଭୂଇଁ ଥିଲା। ତଥାପି ମାଓବାଦୀଙ୍କ ଭୟକୁ ଭ୍ରୁକ୍ଷେପ ନ କରି ସାର ଆମର ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି। କାରଣ ସେ ଜାଣିଛନ୍ତି ଜଣେ ଠିକ ବାଟରେ ଅଛି ତ ତାର ଭଗବାନ ହିଁ ସାହା ଭରଷା। ଏହି ଦୁର୍ଗମ ମାଓ ପ୍ରଭାବିତ ଅଞ୍ଚଳର ପିଲା କିଭଳି ଶିକ୍ଷାର ସ୍ୱାଦ ଚାଖିବେ ଆଉ ଭଲ ମଣିଷ ହେବେ ତାହାହିଁ ସାରଙ୍କ ଗୋଟିଏ ମାତ୍ର ଉଦେଶ୍ୟ। ତେବେ ଏହି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କଡା ସୁରକ୍ଷା ଯୋଗୁଁ ଏବେ ମାଓବାଦୀ ଏକ ପ୍ରକାର ବ୍ୟାକ୍ ଫୁଟରେ। ତେଣୁ ଦୀର୍ଘ ଦଶନ୍ଧି ପରେ ଏହି ସ୍ୱାଭିମାନ ଅଞ୍ଚଳ ଅମୃତ ମହୋତ୍ସବକୁ ବା୭୬ ତମ ସ୍ୱାଧୀନତା ଦିବସ ପ୍ରଥମ କରି ପାଳିଥିଲେ ଲୋକେ।

ତ୍ରିରଙ୍ଗା ପତାକା କେମିତି ଦେଖାଯାଏ ପ୍ରଥମ ଜାଣିଲେ ଏହି ଅଞ୍ଚଳ ଲୋକେ। କାରଣ ଏହା ପୂର୍ବରୁ ମାଓବାଦୀ ଏହି ଅଞ୍ଚଳରେ ସେମାନଙ୍କ ନାଲି ପତାକା ଆଉ ସ୍ୱାଧୀନତା ଦିବସରେ କଳା ପତାକା ଉଡାଇବାର ଦୃଶ୍ୟ ଏହି ଅଞ୍ଚଳର ଲୋକେ ଦୀର୍ଘ ବର୍ଷ ହେବ ଦେଖି ଆସୁଥିଲେ। ଏଥର ଏହି ଅମୃତ ମହୋତ୍ସବକୁ ଭରପୁର ଆନନ୍ଦ ଉଠାଇଛନ୍ତି ସ୍ୱାଭିମାନ ଅଞ୍ଚଳର ଲୋକେ। ଛୋଟ ରୁ ବଡ଼ ସମସ୍ତେ ଏହାକୁ କେହି ହାତଛଡା କରି ନାହାଁନ୍ତି। ଏହି ଶୁଭ ମୁହୂର୍ତ୍ତରେ ଆମ ଜୟ ଶଙ୍କର ସାର ଲୋକଙ୍କୁ ଏକ ଡକ୍ୟୁମେନଟ୍ରି ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇଛନ୍ତି। ଏହି ସ୍ୱାଭିମାନ ଅଞ୍ଚଳର ଲୋକେ ପୂର୍ବରୁ କିଭଳି ଥିଲେ ଆଉ ସ୍ୱାଧୀନତା ଦିବସ କାହିଁକି ପାଳନ କରାଯାଇଛି ତାରି ଉପରେ ଏକ ଛୋଟ ଚଳଚ୍ଚିତ୍ର ମାଧ୍ୟମରେ ନିଜ ମୋବାଇଲରେ ଚିତ୍ର ଉତ୍ତଳନ କରିଛନ୍ତି। ଏଭଳି ମହତ କାର୍ଯ୍ୟ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଜୟ ଶଙ୍କର ମାଝୀ ସାର। ସେ ଆମ ଜାଗ୍ରତ ପ୍ରହରୀ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ତାଙ୍କୁ ଆମ ନମନ।

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago