ଜୀବନ ହାରିଲେ JE, କ୍ବାର୍ଟର୍ସରୁ ମିଳିଲା ମୃତଦେହ

ନରସିଂହପୁର : JEଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଜିଲ୍ଲା ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ବ୍ଲକ କଲୋନୀରୁ ମୃତଦେହ ଉଦ୍ଧାର କରିଛି ନରସିଂହପୁର ଥାନା ପୋଲିସ । କେଉଁ କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନା ନୌଶରେ ଶନିବାର ପୂର୍ବାହ୍ନରେ ଅଜୟ ରହୁଥିବା ବ୍ଲକ କଲୋନୀର ସରକାରୀ ବାସଭବନରୁ ତାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ବ୍ଲକର ସାଗର, ଅଲରା ଓ କାଞ୍ଜିଆପଦା ପଂଚାୟତ ଦାୟିତ୍ବରେ ଥିଲେ ଯନ୍ତ୍ରୀ ଅଜୟ ସାମଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଏହା ସହିତ ସ୍ଥାନୀୟ ତହସିଲଦାରଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି । କେଉଁ ପ୍ରକାର ଚାପର ବଶବର୍ତ୍ତୀ ହୋଇ ଯନ୍ତ୍ରୀ ଜୀବନ ହାରିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ନରସିଂହପୁର ପୋଲିସ, ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି ।
Also Read : ସ୍ୱାମୀଙ୍କ ମୁତ୍ୟୁ ଦେଖି ସହିପାରିଲେନି ସ୍ତ୍ରୀ, ନିଜ ଜୀବନ ଶେଷ କରିଦେବା ପାଇଁ କଲେ ଉଦ୍ୟମ