କୋଭିଡ୍‌ କଟକଣା ଭିତରେ ଆରମ୍ଭ ହୋଇଛି ଜେଇଇ ମେନ୍‌ ଏଗଜାମ୍, ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ଭୁବନେଶ୍ବର: ଆଜିଠାରୁ ଜେଇଇ ମେନ୍‌ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଭିତରେ ହେଉଛି ଜେଇଇ ମେନ୍‌ ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । ଦୁଇଟି ସିଫ୍‌ଟି ପରୀକ୍ଷା ହେଉଛି । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୨ଟା ଓ ଦ୍ୱିତୀୟ ସିଫ୍‌ଟ ଅପରାହ୍‌ଣ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ଗେଟ୍‌ ଖୋଲାଯାଇଥିଲା । କୋଭିଡ୍‌ ସ୍ଥିତିକୁ ଦେଖି ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ସହ ସେମାନଙ୍କ ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର ଓ ୮ଟି ରହଣି ସ୍ଥଳୀ କରାଯାଇଛି । ସେହିପରି ବ୍ରହ୍ମପୁର ସହର ସମେତ ସହର ଉପକଣ୍ଠରେ ୪ଟି ସେଣ୍ଟର ହୋଇଛି । ସମ୍ବଲପୁରରେ ୪ଟି, ଢେଙ୍କାନାଳରେ ୨ଟି, ରାଉରକେଲାରେ ଗୋଟିଏ ଓ ବାଲେଶ୍ୱରରେ ୫ଟି ସେଣ୍ଟର ହୋଇଛି । ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ ନିରୀକ୍ଷକ ରହିବେ । ସେପଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜେଇଇ ମେନ୍‌ ପରୀକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.