ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ଦୋକାନ କର୍ମଚାରୀ ମୃତ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

ରାଉରକେଲା : ଅଶାନ୍ତ ରାଉରକେଲା । ସୁନା ଦୋକାନ କର୍ମଚାରୀଙ୍କୁ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମୃତ । ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୋକାନ ମାଲିକ ସରୋଜ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ ।

ଆରଜିଏଚ୍‌ ନିକଟ ଓଭରବ୍ରିଜ୍‌ ଚଢ଼ିବା ମାତ୍ରେ ତାଙ୍କୁ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ତିନି ରାଉଣ୍ଡ ଗୁଳି ଚଳାଇଥିଲେ । ଦୁଇଟି ଗୁଳି ତାଙ୍କ ମୁଣ୍ଡ ଓ ପେଟରେ ବାଜିବାରୁ ସରୋଜ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ । ସରୋଜ ବେହୋସ ହୋଇଯିବାରୁ ଦୁଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଲୁଟ୍‌ କରି ଫେରାର ହୋଇଯାଇଥିଲେ । ଡାକ୍ତରଖାନାରେ ସରୋଜଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ଛାନଭିନ୍‌ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.