ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ ଲୁଟ୍, ନେଇଗଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର

ସୋର: ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ ଲୁଟ୍ । ୫ରୁ ଅଧିକ ଦୁର୍ବୃତ୍ତ ଆସି ୫୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ପ୍ରହରାଜପୁର ଗାଁରୁ ଆସିଛି ଅଭିଯୋଗ ।

ଜୁଏଲାରୀ ମାଲିକ ସଞ୍ଜୟ ସାହୁ ତୁଡ଼ିଗଡିଆ ବଜାରରେ ଏକ ଜୁଏଲାରୀ ଦୋକାନ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇ ଶୋଇବା ପରେ ପ୍ରାୟ ରାତି ୨ଟା ପରେ ଘର କବାଟ ଓ ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ପଶିଥିଲେ । ସଞ୍ଜୟ, ସଞ୍ଜୟଙ୍କ ମା, ସ୍ତ୍ରୀ ଓ ଛୋଟ ପିଲାଙ୍କୁ ପ୍ରଥମେ ବାନ୍ଧି ମୋବାଇଲ ଛଡାଇ ନେଇଥିଲେ । ପରେ ବନ୍ଧୁକ, ଭୁଜାଲି ଓ ବ୍ୟାଟରେ ଆକ୍ରମଣ କରି ୫୦ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସଞ୍ଜୟଙ୍କ ମାଆ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଔପଦା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି ।

 

 

ଆହୁରି ପଢ଼ନ୍ତୁ : ଗୋଟିଏ ରାତିରେ ୭ ଘରୁ ଲୁଟ୍, କିନ୍ତୁ ଏଥର ସୁନା କି ଟଙ୍କା ନୁହେଁ ନେଇ ଯାଇଛନ୍ତି ଅଲଗା ଜିନିଷ