ନିଶ୍ଚିତ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ନିଶ୍ଚିତ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ଖୁବଶୀଘ୍ର ତାରିଖ ଓ ଗାଇଡ଼ ଲାଇନ ବିଭାଗ ପକ୍ଷରୁ ଘୋଷଣା ହେବ। ଏଥିପାଇଁ ବିଭାଗ କାମ କରୁଛି । ନିର୍ଦ୍ଦିଷ୍ଟ ସମୟରେ ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଏବଂ ଅନ୍ଯ ସମ୍ପତିର ଗଣତି କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗର ମନ୍ତ୍ରୀ ଭାବେ ପୃଥ୍ୱୀରାଜ ହରିଚନ୍ଦନ ଦାୟିତ୍ବ ଗ୍ରହଣ କରିଛନ୍ତି । ତିନୋଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ ତାହା ହିଁ ମୋର ପ୍ରାଥମିକତା ବୋଲି ଦାୟିତ୍ବ ନେବା ପରେ ସେ କହିଛନ୍ତି ।

You might also like