ଏଇ ମାସରୁ ବିମାନ ଉଡ଼ିବ ଜୟପୁରରୁ, ଡିଜିସିଏ ଦେଲା ଗ୍ରୀନ୍‌ ସିଗନାଲ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳିତ ମାସ ଶେଷ ସୁଦ୍ଧା ଜୟପୁରରୁ ଉଡିବ ବିମାନ। କାର୍ଯ୍ୟକ୍ଷମ ହେବ ଜୟପୁର ବିମାନ ବନ୍ଦର। ଏ ନେଇ ଡିଜିସିଏ କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରିବେ। ଡିଜିସିଏଙ୍କ ରିପୋର୍ଟ ପରେ ଏହାକୁ ମିଳିବ ସବୁଜ ସଂକେତ। ଏହି ସୂଚନା ଦେଇଛନ୍ତି ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର।

jpr-3

ରାଜ୍ୟରେ ବିମାନ ସେବାକୁ ଆବଶ୍ୟକତା ଅନୁଯାୟୀ ତ୍ୱରାନ୍ଵିତ କରିବା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଉ କେତୋଟି ନୂତନ ବିମାନ ଚଳାଚଳ ସଂପର୍କରେ ବେସାମରିକ ବିମାନ ଚଳାଚଳ ସିଇଓଙ୍କ ସହ ଆଲୋଚନା ମଧ୍ୟ କରାଯିବ। ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ଏୟାରଲାଇନ୍‌ସ୍‌ ସିଇଓମାନଙ୍କର ବୈଠକ ବସିବା କାର୍ଯ୍ୟକ୍ରମ ରହିଛି।

jpr up-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.