ପୁଷପୁନି ମଞ୍ଚରେ ନିଜ ଗୀତ ସହ ଦର୍ଶକଙ୍କ ମନ ମୋହିଲେ ବର୍ଣ୍ଣlଳି, ଝୁମିଲେ ବିଧାୟକ

ଜୟପୁର: ଆଦିବାସୀ ପରମ୍ପରାରେ ପୁଷ ପୁନେଇଁ ବା ପୁଷପୁନି ଏକ ବଡ଼ ପର୍ବ । ଯାହା ଘରେ ଘରେ ପାଳନ ହୁଏ । ଆଉ ବିଶେଷ କରି ଏହା ଚାଷ ପରେ ପରେ ଆମୋଦ ପ୍ରମୋଦର ଏକ ସମୟ ଯାହାକୁ ମନଭରି ଉପଭୋଗ କରନ୍ତି ସମସ୍ତେ ।

ତେବେ ଆଧୁନିକତା ଭିତରେ ଏହି ପରମ୍ପରା ଲୁଚି ଯାଉଥିବାବେଳେ କୋରାପୁଟିଆମାନେ କିନ୍ତୁ ପ୍ରତିବର୍ଷ କିଛି ନିଆରା ଢ଼ଙ୍ଗରେ ପୁଷ ପୁନି ପାଳିଥାନ୍ତି । ତେବେ ଏହି ଅବସରରେ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରା ବାହିନୀପତି । ଆଦିବାସୀ ଗୀତର ତାଳେ ତାଳେ ମଞ୍ଚ ଉପରେ ନାଚି ସମସ୍ତଙ୍କ ମନ ମୋହିଥିଲେ ଭାଲୁ ଭାଇନା । ତେବେ ଏଭଳି ଏକ କାର୍ଯ୍ୟକ୍ରମକୁ ସମସ୍ତେ ସ୍ୱାଗତ କରିବା ସହ ସଭିଏଁ ଉତ୍ସବକୁ ମନ ଭରି ଉପଭୋଗ କରିଥିଲେ ।

ଏପଟେ ଏହି ଅବସରରେ ନିଜର ପ୍ରତିଭାକୁ ପୁଣି ପରିବେଷଣ କରିଥିଲେ ପ୍ରତି ଓଡିଆଙ୍କ ଘରେ ଘରେ ପରିଚିତ ତଥା ନିଜର ଗୀତରେ ସମସ୍ତଙ୍କ ମନ କିଣିଥିବା ବର୍ଣ୍ଣlଳି ହୋତା । ବର୍ଣ୍ଣlଳି ହୋତାଙ୍କ ଗୀତରେ କମ୍ପିଥିଲା ମଞ୍ଚ । ତେବେ ତାଙ୍କ ସହ ଏକ ଆଲୋଚନାରେ ବର୍ଣ୍ଣ।ଳି କହିଛନ୍ତି କି, ମତେ କୋରାପୁଟ ଯେତିକି ଭଲପାଏ ତା ଠୁ ଅଧିକ ମୁଁ ଏମାଟି ଓ ଏଠାକାର ଲୋକଙ୍କୁ ଭଲପାଏ । ମାଆ କୁହନ୍ତି ମୁଁ କୁଆଡେ ପୂର୍ବ ଜନ୍ମରେ କୋରାପୁଟର ଝିଅ ଥିଲି ।

ତେବେ କୋରାପୁଟର କଳା ସ°ସ୍କୃତି ପରମ୍ପରା ଏବେ ନୂଆ ରୂପରେ ଆସିବ ତାସହ ଜଗନ୍ନାଥଙ୍କ ସ°ସ୍କୃତି ପରମ୍ପରା ମଧ୍ୟ ଲୋକେ ଜାଣିବାକୁ ପାଇବେ ତା ପୁଣି ନୂଆ ରୂପରେ ଏମିତି କିଛି କହିଛନ୍ତି ବର୍ଣ୍ଣାଳି ହୋତା । ତେବେ ଜୟପୁର ପୁଷପୁନି ମଞ୍ଚରେ ପ୍ରବଳ ଶୀତରେ ନିଜ ଗୀତ ସହ ଦର୍ଶକଙ୍କ ମନ ମୋହିଥିବା ବର୍ଣ୍ଣ।ଳି ।

You might also like