ଜଳମଗ୍ନ ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ଗାଁ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି
ଜଳେଶ୍ବର(କେନ୍ଯୁଜ୍): ବିପଦ ସଙ୍କେତ ଉପରେ ଜଳକା । ନଦୀ ପାଣି ଉଛୁଳି ତଳି ଅଞ୍ଚଳରେ ପଶିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତଠାରୁ ୧ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି ।
ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ୬.୬୯ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡାରେ ପ୍ରବଳ ବର୍ଷା ପରେ ବୃଦ୍ଧି ପାଇଛି ଜଳକାର ଜଳସ୍ତର । ପାଣିଘେରରେ ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ଗାଁ । କିଛି ସ୍ଥାନରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ଲୋକଙ୍କ ଘରେ ପଶିଛି । ଚାଷ ଜମି ଜଳମଗ୍ନ ।