ବିନା ଭକ୍ତରେ ଚାଲିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଝାମୁଯାତ୍ରା

କାକଟପୁର: ବିନା ଭକ୍ତରେ ଚାଲିଛି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଝାମୁଯାତ୍ରା । ଝାମୁଯାତ୍ରା ସମୟରେ ମା ମଙ୍ଗଳାଙ୍କ ଘଣ୍ଟପାଟୁଆଙ୍କ ଅନନ୍ୟ ସେବା ଦେଖିବାକୁ ମିଳିଥାଏ । ଏହି ସେବକ ମାନେ ମା ମଙ୍ଗଳାଙ୍କ ସ୍ୱରୂପ ଭାବେ ଏକ ଘଟକୁ ମୁଣ୍ଡରେ ଧରି ଗାଁ ଗାଁ ବୁଲୁଥିବାର ଦେଖାଯାଇଥାଏ ।

ସେବକ ମାନେ ମୁଖ୍ୟତଃ ମାଙ୍କ ମହିମା ପ୍ରଚାର କରିବା ପାଇଁ ପାଦରେ ଚାଲିଚାଲି ଗାଁ ଗଣ୍ଡାକୁ ଯାଇ ସେଠାରେ ନୃତ୍ୟ ପଦର୍ଶନ କରିଥାନ୍ତି । ସେବକ ମାନଙ୍କୁ ମା’ ମଙ୍ଗଳାଙ୍କ କଳେଶୀ ସେବକ ବୋଲି ମଧ୍ୟ କୁହାଯାଇଥାଏ । ମା ମଙ୍ଗଳାଙ୍କ ଝାମୁଯାତ୍ରା ସମୟରେ ଚୈତ୍ର ମାସର ପ୍ରତେକ ମଙ୍ଗଳବାର ଦିନ ଏହି ଘଣ୍ଟାପାଟୁଆ ସେବକ ମାନେ ମା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ସେମାନଙ୍କ ସେବା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.