ଦୀର୍ଘ ୪୦ବର୍ଷର ପରମ୍ପରା: ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ ପୀଠରେ ଝାମୁରେ ଚାଲିଲେ ପୂରଣ ହୁଏ ମାନସିକ

ଯାଜପୁର ଟାଉନ୍‌(କେନ୍ୟୁଜ୍) : ଦୀର୍ଘ ୪୦ବର୍ଷର ପରମ୍ପରା। ଏଠି ବିଶ୍ୱାଶ ରହିଛି ଯେ ଏହି ପୀଠରେ ମାନସିକ ରଖି ଝାମୁ ଯାତ୍ରାରେ ସାମିଲ ହେଲେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହୋଇଥାଏ । ଆମେ କହୁଛୁ ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ କଥା । ଯାଜପୁର ବ୍ଲକ ଉପର ବରୁହାଁ ପଞ୍ଚାୟତ କେତକୀଆ ଆଦ୍ୟଶକ୍ତି ଜଗତଜନନୀ ମହାମାୟା ବିଶ୍ୱରୂପାଙ୍କ ପୀଠ। ଯେଉଁଠି ଅନୁଷ୍ଠିତ ହୋଇଯାଇଛି ଝାମୁ ଯାତ୍ରା । ଏହି ଝାମୁ ଯାତ୍ରା ଦୀର୍ଘ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଠାରେ ପାଳନ କରାଯାଉଛି । ୧୯୮୧ ମସିହାରେ ହରେକୃଷ୍ଣ ସିଂହଦେ ଏଠାରେ ଝାମୁ ଯାତ୍ରା ଆରମ୍ଭ କରିଥିଲେ । ଏହି ଝାମୁଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଖାଲି ସେତିକି ନୁହେଁ ରୋଗ ବୈରାଗରୁ ମୁକ୍ତି ପାଇଁ ମଧ୍ୟ ପଣା ପିଇକି ଯାଆନ୍ତି ଶ୍ରଦ୍ଧାଳୁ ।

maa

ସତରେ ଭଗବାନଙ୍କ ପ୍ରତି ଥିବା ନିଷ୍ଠା ଓ ବିଶ୍ୱାସର ପ୍ରତୀକ ହିଁ ଏହି ଝାମୁଯାତ୍ରା। ନ ହେଲେ ପ୍ରଚଣ୍ଡ ରୌଦ୍ର ତାପ ସହିତ ନିଆଁ ର ଛାତି ଚିରି ଶ୍ରଦ୍ଧାଳୁ ମାନେ ଝାମୁଯାତ୍ରାରେ ସାମିଲ ହୁଅନ୍ତେ କିପରି।  ତେବେ ବର୍ଷ ବର୍ଷ ଧରି ଆଦ୍ୟଶକ୍ତି ଜଗତ ଜନନୀ ମହାମାୟା ବିଶ୍‌ରୂପା ପୀଠ ରେ ଚାଲିଛି ଏହି ପରମ୍ପରା। ଏହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ ।

ଏହି ପୀଠର ମୁଖ୍ଯ ପୁରୋଧା ପୂଜକ ନନ୍ଦ କିଶୋର ପାଣିଗ୍ରାହୀଙ୍କର ନେତୃତ୍ୱରେ ମହାବିଷୁବ ସଂକ୍ରାନ୍ତି ଦିନ ଠାରୁ ସ୍‌ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଚୈତ୍ର ପୂର୍ଣ୍ଣୀମା ଦିନ ଅଗ୍ନି ସଂଯୋଗ କରାଯାଇ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସ୍ଥାନୀୟ ମନ୍ଦିର କମିଟି ପକ୍ଷରୁ ଝାମୁଯାତ୍ରା ପରିଚାଳନା କରିବା ସହିତ ଭକ୍ତମାନଙ୍କର ଦର୍ଶନ ପାଇଁ ସୁବ୍ଯବସ୍ଥା କରାଯାଇଥିଲା। ବିଗତ ଚାରିଦିନ ଧରି ଅନୁଷ୍ଠିତ ଏହି ଯାତ୍ରାରେ ଦୈନିକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା । ଏହି ଅବସରରେ ପଡିଥିବା ମେଳା ଓ ମୀନା ବଜାର ରୁ ଘରକରଣା ସାମଗ୍ରୀ କିଣିବା ପାଇଁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.