ଆସନ୍ତାକାଲିଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ

କେନ୍ୟୁଜ୍: ଆସନ୍ତାକାଲିଠୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ରାୟପୁରକୁ ଉଡିବ ବିମାନ। ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍‌ ସଫଳ ହେବା ପରେ କାଲିଠୁ ଏଲୟନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବ। ପୂର୍ବରୁ ଚଳିତ ମାସ ୧ରୁ ଏହି ସେବା ଆରମ୍ଭ ହେବାର ଥିଲା। ଝାରସୁଗୁଡ଼ା ବିମାନ ବନ୍ଦର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିଲା। ଏଲୟନ୍ସର କିଛି କାମ ବାକିଥିବାରୁ କାଲିଠୁ ଏହି ସେବା ଆରମ୍ଭ ହେବ। ପୂର୍ବରୁ ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ସେବା ଯୋଗାଇ ଦିଆଯିବ ପାଇଁ ଦାବି କରାଯାଉଥିଲା। ଏହି ଖବର ପାଇବା ପରେ ବେଶ୍‌ ଖୁସି ଅଛନ୍ତି ସ୍ଥାନୀୟ ଲୋକ। ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗାଲୁରୁ ଭଳି ପ୍ରମୁଖ ସହରକୁ ମଧ୍ୟ ଖୁବଶୀଘ୍ର ବିମାନ ସେବା ଯୋଗାଇ ଦେବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.