ଗୋପାଳକୁ ନିମାହାନ୍ସ ନେବା ଆବେଦନ ଖାରଜ କଲେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍
NIMANSରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ୩ ସପ୍ତାହ ସମୟ ଲାଗିବ ବୋଲି ଆବେଦନରେ ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ । ଏହା ରିମାଣ୍ଡ ପିରିୟଡ ନୁହେଁ ବୋଲି ଆବେଦନରେ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ।

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ ଖାରଜ। ବୈଷୟିକ କାରଣ ଦର୍ଶାଇ ଆବେଦନ ଖାରଜ କରିଛନ୍ତି। ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ବେଙ୍ଗାଳୁରୁ ନିମ୍ହାନ୍ସରେ ଟେଷ୍ଟ ପାଇଁ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ରାୟ ପ୍ରକାଶ କରିଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ପିଟିସନ ଖାରଜ ଦେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ କ୍ରାଇମବ୍ରାଞ୍ଚ।
NIMANSରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ୩ ସପ୍ତାହ ସମୟ ଲାଗିବ ବୋଲି ଆବେଦନରେ ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ । ଏହା ରିମାଣ୍ଡ ପିରିୟଡ ନୁହେଁ ବୋଲି ଆବେଦନରେ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। ଗୋପାଳ ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିବା ପୂର୍ବରୁ ୪ଜଣିଆ ମେଡିକାଲ ଟିମ୍ ରିପୋର୍ଟ ପ୍ରଦାନ କରିଥିବା ନେଇ ଗୋପାଳର ଓକିଲ ଯୁକ୍ତି ବାଢିଥିଲେ। ପୂର୍ବରୁ ଏହି ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟ ମଧ୍ୟ କ୍ରାଇମବ୍ରାଞ୍ଚର ଆବେଦନକୁ ଖାରଜ କରିଥିଲେ