ଝାରସୁଗୁଡ଼ା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବି

ଭୁବନେଶ୍ବର(କେନ୍ଯୁଜ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ଝାରସୁଗୁଡ଼ା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। ଏହି ବିମାନ ବନ୍ଦରକୁ ସବୁ ବିମାନ ଚଳାଚଳ ପାଇଁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୨ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦର ଉଦ୍‌ଘାଟନ ସହ ଉଡାନ ଯୋଜନାର ଶୁଭାରମ୍ଭ କରିଥିଲେ । ହେଲେ ଏୟାର ଓଡ଼ିଶା କିଛି ଦିନ ବିମାନ ସେବା ଯୋଗାଇବା ପରେ ଝାରସୁଗୁଡ଼ାକୁ ବିମାନ ସେବା ସଂପୂର୍ଣ୍ଣ ଠପ ହୋଇଯାଇଛି। ବିମାନ ଚଳାଚଳ ଦାବିରେ ଝାରସୁଗୁଡା ବିମାନ ବନ୍ଦର ନିକଟରେ ରିଲେ ଅନଶନ କରିଥିଲେ ନବ ଦାସ ।