ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେଲା ଝାରସୁୁଗୁଡ଼ା ବିମାନ ବନ୍ଦର

ଝାରସୁୁଗୁଡ଼ା(କେନ୍ଯୁଜ୍) : ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ଏୟାରପୋର୍ଟ। ଝାରସୁୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଛି। ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌। ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଥିବାରୁ ରାଜ୍ୟବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ଜୁଏଲ୍‌ ଓରାମ୍‌।