ତତଲା କଡେଇରେ ଓଡିଶା: ୪୨.୬ ଡିଗ୍ରୀ ସହ ଝାରସୁଗୁଡା ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର(କେନ୍ୟୁଜ୍): ତାତିରୁ ମିଳୁନି ତ୍ରାହି। ଆଜି ବି ଜଳୁଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନ। ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଗତକାଲି ୪୩ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ଝାରସୁଗୁଡା ଓ ସମ୍ବଲପୁରରେ ୪୨ ଦଶମିକ ୬ ଏବଂ ଚାନ୍ଦବାଲିରେ ପାରଦ ୪୦ ଡିଗ୍ରୀ ସେଲସିୟସ ଛୁଇଁଛି ।

ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ତାତି। ୪ ରୁ ୫ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି। ସେହିପରି କିଛି ଜିଲ୍ଲା ପାରଦ ୩ରୁ ୫ ଡିଗ୍ରୀ ସେଲସିୟସ ବଢିପାରେ । ଆଜି ଅନୁଗୋଳ, ଖୋର୍ଦ୍ଧା, କଟକ, ନୟାଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପ୍ରଭାବରେ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ତାତିରୁ ଟିକିଏ ବି ନିସ୍ତାର ନାହିଁ। ଉପକୂଳ ଯେମିତି ସିଝୁଛି, ସିଝିବ। ଆଭ୍ୟନ୍ତରୀଣ ଓଡ଼ିଶାବାସୀ ଆହୁରି ଅଧିକ ଜଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.