ଝାରସୁଗୁଡ଼ା ଭିଖମପାଲି ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ଘଟଣା, ୪ ଲୁଟେରାଙ୍କୁ ଗିରଫ କଲା ପୋଲିସ

ଝାରସୁଗୁଡ଼ା : ରେଙ୍ଗାଲି ଥାନା ଭିଖମପାଲି ଗ୍ୟାମ୍ୟ ବ୍ୟାଙ୍କ ଲୁଟ ଘଟଣାରେ ୪ ଦୁର୍ବୃତ୍ତ ଗିରଫ ।  ପ୍ରେସମିଟରେ ସୂଚନା ଦେଲେ ଝାରସୁଗୁଡ଼ା ଏସପି ।  ଜୁଲାଇ ୨୧ ତାରିଖରେ ପ୍ରାୟ ଦିନ ୨ଟା ସମୟରେ ୩ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୭୪ ହଜାର ୯୫୦ ଟଙ୍କା ସହ ୪୪ ଗ୍ରାମରୁ ଅଧିକ ସୁନା ଗହଣ ଲୁଟ୍ କରିଥିଲେ ଲୁଟେରା ।

ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଝାରସଗୁଡ଼ା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା । ଝାଡ଼ଖଣ୍ଡ, ବିହାର ଏବଂ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ଚଢାଉ କରି ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ବାଇକ, ବନ୍ଧୁକ ସହ ଲୁଟ ଟଙ୍କା ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Also read: ଢେଙ୍କାନାଳ ମହାବିରୋଡ଼ ବ୍ୟାଙ୍କ ଲୁଟ ଘଟଣା: ୬ କେଜି ସୁନା ସହ ୯ ଡକାୟତ ଗିରଫ