ଗରମରେ ସିଝୁଛି ଓଡ଼ିଶା: ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡା ପାଲଟିଛି ଉତ୍ତପ୍ତ ସହର

ଭୁବନେଶ୍ୱର : ତତଲା କଡ଼େଇ ସିଝୁଛି ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା । ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ ।  ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ହୋଇପଡୁଛି । ଆହୁରି ୪ଦିନ ପ୍ରବଳ ତାତି । ୨୫ ତାରିଖ ଯାଏ ଖରାରୁ ନିସ୍ତାର ନାହିଁ । ଆଜି ସକାଳ ସାଢ଼େ ୮ଟା ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଝାରସୁଗୁଡ଼ାରେ ସର୍ବାଧିକ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୩୪.୪, କଟକରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି  ।

ରାଜଧାନୀ ଭୁବନେଶ୍ବରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ସେଲସିୟସ ବଢ଼ିବ ତାପମାତ୍ରା ।  ଗତକାଲି ଝାରସୁଗୁଡ଼ାରେ ଚଳିତବର୍ଷର ସର୍ବୋଚ୍ଚ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ୪୫ ଡିଗ୍ରୀ ତାପମାତ୍ରା ସହ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା ।

 

ଆହୁରି ପଢ଼ନ୍ତୁ : ତତଲା ତାୱାରେ ସିଝୁଛି ଓଡ଼ିଶା, ଆଜି ୮ ଜିଲ୍ଲାକୁ ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ