ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସମ୍ବଲପୁରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୦.୮, କେନ୍ଦୁଝରରେ ୪୦.୫ ଓ ଭୁବନେଶ୍ବରରେ ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ସକାଳ ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ାରେ ୩୭.୪ ଡିଗ୍ରୀ, ସୋନପୁରରେ ୩୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ବଲାଙ୍ଗିରରେ ୩୬.୪ ଡିଗ୍ରୀ ପାରଦ, ହୀରାକୁଦରେ ପାରଦ ୩୬.୨ ଡିଗ୍ରୀ ଓ ସମ୍ବଲପୁରରେ ୩୬ ଡିଗ୍ରୀ ରୋକର୍ଡ କରାଯାଇଛି।
ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି ଓ ଗରମ ଅନୁଭୂତ ହେଉଛି । ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମପ୍ରବାହ ପାଇଁ ମଧ୍ୟ ଚେତାବନୀ ଜାରି ହୋଇଛି। ଆଜି ହିଟ ୱେଭ ପାଇଁ ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଗରମ ଓ ଗୁଳୁଗୁଳି ପାଇଁ ୧୧ଜିଲ୍ଲାକୁ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।