ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ଆଜି ବି ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା । ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ଦିନ ସାଢେ ୧୧ଟା ସୁଦ୍ଧା ୪ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ା-୪୩.୮ ଡିଗ୍ରୀ, ସମ୍ୱଲପୁର-୪୧.୮, ରାଉରକେଲା-୪୧.୬ ଓ ହୀରାକୁଦର ତାପମାତ୍ର ୪୧.୪ ଡିଗ୍ରୀ ରହିଛି ।

ଦିନ ଭଳି ରାତିରେ ବି ଗ୍ରୀଷ୍ମ ସ୍ଥିତି ଅନୁଭୂତ ହେବାକୁ ଥିବାରୁ ବହୁ ଜିଲ୍ଲା ପାଇଁ ଉଷ୍ଣ ରାତ୍ରୀ ଆଲରୋଟ ଜାରି କରାଯାଇଛି । ସିଭିୟର ହିଟୱେଭ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ହିଟୱେଭ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ତାତି ଓ ଗୁଳୁଗୁଳି ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ରାଜ୍ୟରେ ୧ ଓ ୨ ତାରିଖ ବେଳକୁ କାଳବୈଶାଖୀ ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାତିରୁ କିଛିଟା ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି ।

ଅନ୍ୟପଟେ ଆଜି କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇବ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଇଏମଡି ଡିଜି ପ୍ରତିକ୍ରିୟା ରଖି କହିଛନ୍ତି, ଆଗୁଆ ଆସିଲା ମୌସୁମୀ । ଦୁଇ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି ।