ମୋବାଇଲ ଚୋରକୁ ଧରିଲା ପୋଲିସ, ୫ ଲକ୍ଷ ଟଙ୍କାର ମୋବାଇଲ ଜବତ

ଝାରସୁଗୁଡ଼ା(କେନ୍ୟୁଜ୍‌) : ମୋବାଇଲ ଚୋରକୁ ଧରିଲା ପୋଲିସ। ସିସିଟିଭିରେ କଏଦ ହୋଇଥିଲା ଚୋରି ବେଳର ଦୃଶ୍ୟ। ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ପଞ୍ଚଗାଁ ଛକର ଘଟଣା। ଅଭିଯୁକ୍ତଠାରୁ ଚୋରି ହୋଇଥିବା ସମସ୍ତ ୩୬ଟି ମୋବାଇଲକୁ ଜବତ କରିଛି ପୋଲିସ।

ଗିରଫ ଅଭିଯୁକ୍ତ ଜଣକ ଚିଖଲାପାଲି ଗାଁର ସଞ୍ଜୟ ବାରିକ। ସେ ଚୋରି କରିଥିବା ସମସ୍ତ ମୋବାଇଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

mobile thief

ଅଭିଯୋଗ ଅନୁଯାୟୀ, ପଞ୍ଚଗାଁ ଅଞ୍ଚଳର ଥୟନାଥ ମେହେରଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥକୁ ଫଟାଇ ଜଣେ ଚୋର ଚୋରି କରିଥିଲା। ଗତ ୨୨ ତାରିଖ ରାତିରେ ୩୬ଟି ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲା ।

ଚୋରି ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ପୁଲିସ ଥୟନାଥଙ୍କ ଅଭିଯୋଗ ଓ ସିସିଟିଭି ଫୁଟେଜକୁ ଭିତିକରି ଚୋରକୁ ଚିଖିଲାପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୬ ଦିନରେ ଧରିବାକୁ ସଫଳ ହୋଇଛି ।