କଲବଲ କରୁଛି ଗରମ, ଅପରାହ୍ଣ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ସର୍ବାଧିକ ୪୬.୬ ଡିଗ୍ରୀ

ଭୁବନେଶ୍ୱର: ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା  । କଲବଲ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି  । ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହ ଝାରସୁଗୁଡ଼ା  । ଅପରାହ୍ଣ ୨ଟା ୩୦ ସୁଦ୍ଧା ୫ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ । ଝାରସୁଗୁଡ଼ାର ତାପମାତ୍ରା ସର୍ବାଧିକ ୪୬.୬ ଡିଗ୍ରୀ ରହିଥିବା ବେଳେ ସମ୍ୱଲପୁର-୪୫.୬ ଡିଗ୍ରୀ, ହୀରାକୁଦ-୪୪.୫ ଡିଗ୍ରୀ, ରାଉରକେଲା-୪୩.୮ ଓ କେନ୍ଦୁଝରର ତାପମାତ୍ରା ୪୧.୪ ଡିଗ୍ରୀ ରହିଛି ।

ଦିନ ଭଳି ରାତିରେ ବି ଗ୍ରୀଷ୍ମ ସ୍ଥିତି ଅନୁଭୂତ ହେବାକୁ ଥିବାରୁ ବହୁ ଜିଲ୍ଲା ପାଇଁ ଉଷ୍ଣ ରାତ୍ରୀ  ଆଲର୍ଟ  ଜାରି କରାଯାଇଛି । ସିଭିୟର ହିଟୱେଭ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି  । ସେହିପରି ହିଟୱେଭ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ତାତି ଓ ଗୁଳୁଗୁଳି ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ରାଜ୍ୟରେ ୧ ଓ ୨ ତାରିଖ ବେଳକୁ କାଳବୈଶାଖୀ ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାତିରୁ କିଛିଟା ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି।

You might also like