ମାଲକାନଗିରି : ଶିକାରୀ ହେଲା ନିଜେ ଶିକାର । ଝିଙ୍କ ଶିକାର କରିବା ପଡ଼ିଲା ମହଙ୍ଗା। ପ୍ରାଣ ହରାଇଲେ ଶିକାର କରିବାକୁ ଯାଇଥିବା ଶିକାରୀ। ମାଲକାନଗିରି ଜିଲ୍ଲା ଝରାପାଲି ନିକଟ ପାହାଡ଼ରେ ଘଟିଛି ଏହି ଅଘଟଣ। ୫ଜଣ ଶିକାରୀ ଟେଲମେଟା ପାହା଼ଡରେ ଝିଙ୍କ ଶିକାରୀ କରିବାକୁ ଯାଇ ପାହାଡ଼ ଗୁମ୍ପାରେ ଧୁଆଁ ଦେଇଥିଲେ। ଏଥିରେ ଜଣେ ରୁନ୍ଧି ହେଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।