ପୁରୀ: କାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଝୁଲଣ ଯାତ୍ରା,ବଡ଼ଦେଉଳ କୁଞ୍ଜରେ ଝୁଲିବେ ଶ୍ରୀ ମଦନମୋହନଙ୍କ ସହ ଲକ୍ଷ୍ମୀ ଓ ସରସ୍ବତୀ

ଦ୍ବିପହର ଧୂପ ବଢିବା ପରେ ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରିବେ। ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ମୁକ୍ତିମଣ୍ଡପରେ ସଜ୍ଜିତ ସ୍ୱତନ୍ତ୍ର ଝୁଲଣ କୁଞ୍ଜ କୁ ବିଜେ କରିବେ।

ପୁରୀ(କେନ୍ୟୁଜ୍):କାଲିଠାରୁ ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ଶ୍ରୀ ମନ୍ଦିର ମୁକ୍ତିମଣ୍ଡପରେ ନିର୍ମିତ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ। ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବରେ ବଡ଼ଦେଉଳ କୁଞ୍ଜରେ ଝୁଲିବେ ଶ୍ରୀ ମଦନମୋହନଙ୍କ ସହ ଲକ୍ଷ୍ମୀ ଓ ସରସ୍ବତୀ। ଦ୍ବିପହର ଧୂପ ବଢିବା ପରେ ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରିବେ। ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ମୁକ୍ତିମଣ୍ଡପରେ ସଜ୍ଜିତ ସ୍ୱତନ୍ତ୍ର ଝୁଲଣ କୁଞ୍ଜ କୁ ବିଜେ କରିବେ। ଏହି କୁଞ୍ଜରେ ଝୁଲିବା ସହିତ ଶୀତଳ ଭୋଗ ସାରି ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ବାହୁଡା ବିଜେ କରିବେ।

ଶ୍ରୀଜିଉ ମାନେ ଝୁଲଣ କୁଞ୍ଜରେ ବିଜେ ହେବା ପରେ ସେବକ ତଥା ପ୍ରସିଦ୍ଧ ଗାୟକଙ୍କ ଦ୍ଵାରା ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣ ର ରାସ ଗୀତ ପରିବେଷିତ ହୋଇଥାଏ। ଏହାସହ ପୁରୀର ପ୍ରସିଦ୍ଧ ମଠ ବାଡ଼ିରେ ଏହି ଝୁଲଣ ଉତ୍ସବ ଅତି ଚିତ୍ତାକର୍ଷକ ଭାବେ ପାଳିତ ହୋଇଥାଏ। ସେଥିମଧ୍ୟରୁ ଜିଆର ସ୍ୱାମୀ ମଠ, ବଡ଼ ଛତା ମଠ , ରାଧାକାନ୍ତ ମଠ, ଏମାର ମଠ, ଉତ୍ତର ପାର୍ଶ୍ଵ ଓ ଦକ୍ଷିଣ ପାର୍ଶ୍ଵ ମଠ, ସିଦ୍ଧ ବକୁଳ, ହରି ଦାସ ମଠ, ଝାଞ୍ଜପିଟା ମଠ, ଜଗନ୍ନାଥ ବଲ୍ଲଭ ମଠ ସହିତ ଅନେକ ଛୋଟବଡ଼ ଅସ୍ଥାନରେ ଭଗବାନ ଙ୍କ ଏହି ବର୍ଷା କାଳୀନ ଝୁଲଣ ରାସ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ।ଏହି ଝୁଲଣ ଉତ୍ସବ ଶ୍ରୀକ୍ଷେତ୍ରର ପରମ୍ପରା ଓ ଐତିହ୍ୟର ସ୍ୱତନ୍ତ୍ର ଗାଥା ବହନ କରିଥାଏ।