କନ୍ଧମାଳ ପାଇଁ ଉଦାହରଣ ପାଲଟିଲେ ଆଦିବାସୀ ଝିଅ ଝୁଲିମା, ବାଲ୍ୟବିବାହ ରୋକିବା ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘରୁ ସମ୍ମାନଜନକ ଭି-ଆୱାର୍ଡରେ ସମ୍ମାନିତ

ବାଲିଗୁଡା : କନ୍ଧମାଳ ପାଇଁ ଉଦାହରଣ ପାଲଟିଲେ ଆଦିବାସୀ ଝିଅ ଝୁଲିମା ମଲ୍ଲିକ। ବାଲ୍ୟବିବାହ ରୋକିବା ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘରୁ ସମ୍ମାନଜନକ ଭି ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ଦେଶର ମୋଟ ଦଶ ଜଣଙ୍କ ମଧ୍ୟରେ ଓଡ଼ିଶାର କନ୍ଧମାଳ ବାଦୁଡ଼ି ଗାଁର ଝୁଲିମା ଏକମାତ୍ର ଓଡ଼ିଆ ଭାବେ ଏହି ସମ୍ମାନ ହାସଲ କରିଛନ୍ତି।

jilmaଝୁଲିମାଙ୍କ ସଫଳତା ନେଇ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇ କନ୍ଧମାଳ ଗୌରବ ବୋଲି କହିଛନ୍ତି। ଝୁଲିମା ନିଜେ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥାର ଶିକାର ହେବ ପରେ ଆଉ ଯେପରି ଏହାର ଶିକାର ନହୁଅନ୍ତୁ ସେ ନେଇ ଶପଥ ନେଇଥିଲେ। ଦିଲ୍ଲୀର ୟୁଏନ ହାଉସ ଠାରେ ଜାତିସଂଘରୁ ସମ୍ମାନିତ ହେବା ପରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି।

 

 

Leave A Reply

Your email address will not be published.