ଟ୍ରାଙ୍କୁଲାଇଜ୍ ହେବ ଜିନତ୍, ସୁଯୋଗ ପାଇବା ମାତ୍ର ଟ୍ରାଙ୍କୁଲାଇଜ୍ କରିବ ବନବିଭାଗ
ଶିମିଳିପାଳ : ଟ୍ରାଙ୍କୁଲାଇଜ ହେବ ଜିନତ୍ । ଶିମିଳିପାଳ ମୁହାଁଉନି ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ପ୍ରତିଦିନ ୨୫ରୁ ୩୦ କିଲୋମିଟର ଆଗକୁ ଯାଉଛି । ଏବେ ପଡୋଶୀ ପଶ୍ଚିମବଙ୍ଗରେ ବୁଲୁଛି ବାଘୁଣୀ ଜିନତ୍ । ଏପରି ଆଗକୁ ଗଲେ ଖୁବଶୀଘ୍ର ଭାରତ ସୀମା ପାର ହୋଇ ବାଂଲାଦେଶ ଚାଲି ଯିବା ସମ୍ଭାବନା ରହିଛି ।
ତେଣୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଯୋଜନା କରୁଛି ବନବିଭାଗ । ଏବେ ଜିନତ୍ ପଶ୍ଚିମ ମେଦିନାପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦୱାନରେ ପହଂଚିଛି । ଏଥିପାଇଁ ହାଇଆଲର୍ଟରେ ଅଛି ପୁରୁଲିଆ ଜିଲ୍ଲା । ଗତ ୧୯ ତାରିଖରେ ଝାଡଖଣ୍ଡ ଛାଡି ପଶ୍ଚିମବଙ୍ଗରେ ପହଂଚିଥିଲା ଜିନତ୍ ।
ଏବେ ଓଡ଼ିଶା ସୀମାଠୁ ପ୍ରାୟ ୧୮୦ ଓ ଶିମିଳିପାଳରୁ ୨୧୦ କିମି ଦୂରରେ ଅଛି । ଜିନତର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ସୁଯୋଗ ପାଇବା ମାତ୍ରେ ଟାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଅଣାଯିବ।