୪ଦଫା ଦାବିରେ ଜିନ୍ଦାବାଦ ସଙ୍ଗଠନ କଣ୍ଟାବାଞ୍ଜି ଶାଖାର ଧାରଣା

କଣ୍ଟାବାଞ୍ଜି (କେନ୍ୟୁଜ୍) : ୪ଦଫା ଦାବିରେ ଜିନ୍ଦାବାଦ ସଙ୍ଗଠନ କଣ୍ଟାବାଞ୍ଜି ଶାଖାର ଧାରଣା। ତୁରେକେଲା ବ୍ଲକ୍ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି। ଜଙ୍ଗଲ ଜମି ଆଇନରେ ଆଦିବାସୀଙ୍କ ଅଧିକାର ସୁରକ୍ଷା, ଜମିରୁ ଉଚ୍ଛେଦ ଆଦେଶ ପ୍ରତ୍ୟାହାର, ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ଏବଂ ସଂଶୋଧେିତ ନିୟମାବଳୀ ୨୦୧୨କୁ କାର୍ଯ୍ୟାକାରୀ କରି ଆଦିବାଦୀ ଓ ପାରମ୍ପରିକ ବନବାସୀଙ୍କୁ ଅଧିକାର ପ୍ରଦାନ ଦାବିରେ ଧାରଣା ଦିଆଯାଇଛି। ତୁରକେଲା ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବ୍ଲକ୍ କାର୍ଯ୍ୟଳୟରେ ପହଞ୍ଚି ଥିଲେ। ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

You might also like