ପୋଲିସ ଚାକିରି ଦେବା ନାଁରେ ଠକେଇ: ଦେଢ କୋଟି ଟଙ୍କା ଠକିନେଲେ ଦୁଇ ଠକ

ଭୁବନେଶ୍ବର(କେନ୍ଯୁଜ୍): ପୋଲିସ ଚାକିରି ଦେବା ନାଁରେ ଠକେଇ । ଦେଢ କୋଟି ଟଙ୍କା ଠକିନେଲେ ଦୁଇ ଠକ। ଦୁଇ ଜଣ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗିରଫ ଦୁଇ ଅଭିଯୁକ୍ତ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା।

୩୮ଜଣ ଆଶାୟୀଙ୍କଠାରୁ ପାଖାପାଖି ଦେଢ କୋଟି ଟଙ୍କା ଏହି ଦୁଇ ଠକ ଠକିନେଇଥିଲେ । ଗିରଫ ବେଳେ ତାଙ୍କ ନିକଟରୁ ୧୨ଟି ଏଟିଏମ୍‌ କାର୍ଡ , ଜାଲ ପରିଚୟ ପତ୍ର ଜବତ ହୋଇଛି। ଅଭିଯୁକ୍ତମାନଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କଲା EOW । ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.