ଧର୍ମଶାଳା ବ୍ଳକରେ ମିଳିତ ଅଭିଯୋଗ ଶୁଣାଣି ଶିବିର: ୧୦୫ଟି ଅଭିଯୋଗର ହେଲା ତ୍ୱରିତ ସମାଧାନ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିଵିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତରାନ୍ବିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଛି ଏହି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ଦାୟିତ୍ବର ସହ ଏହାକୁ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ଏଥିରେ ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟକ, ଜମିଜମା ସମ୍ବନ୍ଧୀୟ ଇତ୍ୟାଦି ସଂପର୍କରେ ଅଭିଯୋଗ ଗୁଡିକ ପଞ୍ଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୧୮୫ ଗୋଟି ଅଭିଯୋଗ ମଧ୍ୟରୁ ୧୭୮ ଗୋଟି ବ୍ୟକ୍ତିଗତ, ୭ଗୋଟି ସାମୁହିକ, ୮ ଗୋଟି ରେଡକ୍ରସ ସହାୟତା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୧୦ ଗୋଟି ଆବେଦନ ପତ୍ର ମିଳିଥିଲା । ତନ୍ମଧ୍ୟରୁ ୧୦୫ ଗୋଟି ଆବେଦନର ତତ୍କାଳ ସମାଧାନ କରାଯାଇଥିଲା ।

ଅବଶିଷ୍ଟ ଅଭିଯୋଗ ଗୁଡିକ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ନିକଟକୁ ପଠାଇବା ନିମନ୍ତେ ନିର୍ଦେଶ ଦିଆଗଲା । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଅକ୍ଷୟ କୁମାର ମଲ୍ଲିକ, ଧର୍ମଶାଳା ବି.ଡି.ଓ. ଅରବିନ୍ଦ ବେହେରା,ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମl ପୃଷ୍ଟି , ଧର୍ମଶାଳା ତହସିଲଦାର ସ୍ୱାଗତ ଦାସଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.