DRG ଏବଂ କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ସଫଳତା, ୧୪ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ୧୪ ହାର୍ଡକୋର ମାଓବାଦୀ ଗିରଫ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ୧୪ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରାଯାଇଛି । DRG ଏବଂ କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ମିଳିଛି ସଫଳତା । ଗିରଫ ମାଓବାଦୀଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଛି ୩୬ ଲକ୍ଷ ଟଙ୍କାର ପୁରସ୍କାର । ସେମାନଙ୍କ ନିକଟରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଅନେକ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ହୋଇଥିଲା । ଏକ ମାଓ ବିରୋଧୀ ଅଭିଯାନରେ, ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ CRPFର ଏକ ମିଳିତ ଦଳ ସୁକମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେରରେ ଥିବା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ତିଆରି ଉପକରଣର ଗଚ୍ଛିତ ସ୍ଥାନକୁ ସଫଳତାର ସହ ଠାବ କରିଥିଲେ ।  ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପରେ ଏକ ବଡ଼ ଅପରେସନ ଆରମ୍ଭ କରିଥିଲେ ।

 

ଆହୁରି ପଢନ୍ତୁ : ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ, ଜଣେ ଓଡ଼ିଆ ଥିବା ସୂଚନା

You might also like