କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ନୂଆପଡ଼ା ଜୋଙ୍କ ଥାନା ଆଇଆଇସି

ନୂଆପଡ଼ା: ନୂଆପଡ଼ା ଜୋଙ୍କ ଥାନା ଆଇଆଇସି ନିଲମ୍ବିତ । ନୂଆପଡ଼ା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ । ଆଇଆଇସଙ୍କୁ ନିଲମ୍ବନ କଲେ ଡିଜିପି ୱାଇ ବି ଖୁରାନିଆ । କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଏହି ଆଦେଶ ବଳବତ୍ତର ରହିଥିବା ପର୍ଯ୍ୟନ୍ତ ଆଇଆଇସି ଗୁରୁଦେବ କର୍ମି ଡିଆଇଜି ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କୋରାପୁଟଙ୍କ ଅଧିନରେ ରହି କାର୍ଯ୍ୟ କରିବେ ।

ଗତକାଲି ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଜୋଙ୍କ ଥାନା ଠେଲକୋବେଡା ଗାଁର ଚାଳମୁଡା ନିକଟରେ ଚାଲିଥିବା ଜୁଆଆଡ୍ଡା ଉପରେ କୋରାପୁଟର ସ୍ୱତନ୍ତ୍ର ପୋଲିସ ଟିମ ଏବଂ ନୂଆପଡା ପୋଲିସର ମିଳିତ ଚଢ଼ାଉ ହୋଇଥିଲା  ।  ଏହି ଚଢ଼ାଉରେ ପୋଲିସ ୮୧ ଜଣ ଅନ୍ତଃରାଜ୍ୟ ଜୁଆଡ଼ିକୁ ଗିରଫ କରିବା ସହ ନଗଦ ୨୯ ଲକ୍ଷ ୫୦ହଜାର ଟଙ୍କା, ୩୨ଟି ଗାଡି ଓ ୮୨ଟି ମୋବାଇଲ ଫୋନ ଜବତ କରିଥିଲା ।  ହେଲେ ଦୀର୍ଘଦିନ ଧରି ଏଠାରେ ବଡଧରଣର ଜୁଆ କାରବାର ଚାଲିଥିଲେ ହେଁ ଜୋଙ୍କ ଥାନାର ଆଇଆଇସି କିଭଳି ଜାଣିନଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।  ଏନେଇ ସ୍ଥାନୀୟ ଲୋକମାନେ ଡିଜିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।  ପରେ ଡିଜିପିଙ୍କ ନିର୍ଦେଶ କ୍ରମେ କୋରାପୁଟରୁ ସ୍ୱତନ୍ତ୍ର ପୋଲିସ ଟିମ ନୂଆପଡା ଆସି ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଥିଲା ।  ଯାହାକି ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମୀ ନିଜର କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଆଜି ଡିଆଇଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

You might also like