ଖଣ୍ଡପଡ଼ାରେ ସାମ୍ବାଦିକ-ଓକିଲ ହାତାହାତି
ଖଣ୍ଡପଡ଼ାରେ ସାମ୍ବାଦିକ-ଓକିଲ ହାତାହାତି । କୋର୍ଟ ପରିସର ମଧ୍ୟରେ ସାମ୍ବାଦିକ ଓ କିଛି ଓକିଲଙ୍କ ମଧ୍ୟରେ କଥା କଟାକଟି ପରେ ମାରପିଟ୍ ହୋଇଛି । ବିନା ଲାଇସେନ୍ସରେ ପୋଲିସ ଭ୍ୟାନ୍କୁ ହୋମଗାର୍ଡ ଚଲାଉଥିବା ବେଳେ ପୋଲିସ ସହ ଓକିଲଙ୍କ ଯୁକ୍ତି ତର୍କ ହୋଇଥିଲା । ପରେ ସାମ୍ବାଦିକ ଜଣକ ସେଠି ପହଞ୍ଚି ପୋଲିସ ସପକ୍ଷରେ ଯୁକ୍ତି କରିଥିଲେ । ପରେ ଠେଲାପେଲା ସହ ମାରପିଟ୍ ହୋଇଥିଲା । କୋର୍ଟ ପରିସରରେ ସାମ୍ବାଦିକଙ୍କୁ ଅଟକ ରଖିଥିଲେ । ପରେ ଉଭୟ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।