ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ, ଶହ ଶହ ପ୍ରଶଂସକ ଦେଲେ ସମ୍ବର୍ଦ୍ଧନା

ଭୁବନେଶ୍ବର(କେନ୍ୟୁଜ୍): ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ। ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲୁ ମୁକୁଳିବା ସମୟର ଜେଲ ପରିସରରେ ଜନଗହଳି ଲାଗ ରହିଥିଲା। ଶହ ଶହ ପ୍ରଶଂସକ ହାତରେ ଫଳମାଳ ଧରି ଅର୍ଦ୍ଧେନ୍ଦୁଙ୍କ ଅପେକ୍ଷା କରି ରହିଥିଲେ। ଅର୍ଦ୍ଧେନ୍ଦୁ ଜେଲରୁ ବାହାରିବା ପରେ ଫୁଳମାଳ ପକାଇ ସମ୍ବର୍ଦ୍ଧନା ଦେଇ ପ୍ରଶଂସକମାନେ ପାଛୋଟି ନେଇଥିଲେ।

ଶୁକ୍ରବାର ଦିନ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ଜାମି ମିଳିଥିଲା ।  ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ  ହାଇକୋର୍ଟ। ୨୦ ଲକ୍ଷ ଟଙ୍କା ଜମା ଦେଇ ଜାମିନରେ ଯାଇ ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଅନ୍ୟାନ୍ୟ ସର୍ତ୍ତ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲା ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ଅଦାଲତ।।

ସୂଚନାଯୋଗ୍ୟ, ଠକେଇ ଓ ଜାଲିଆତି ଅଭିଯୋଗରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ କରାଯାଇଥିଲା । ଇଓଡ଼ବ୍ଲ୍ୟୁ ଓ କମିଶନରେଟ୍ ପୋଲିସରେ ଅର୍ନ୍ଧେନ୍ଦୁ ଦାସଙ୍କ ନାଁ ୪ଟି ମାମଲା ରହିଥିଲା । ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ଠକେଇ କରିଥିବା ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । ଜୁନ ୨୯ରେ ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିଲା। କିନ୍ତୁ ଅର୍ଦ୍ଧେନ୍ଦୁ ଦାସ ଫେରାର ହୋଇଯାଇଥିଲେ । ଏହାପରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ନମ୍ବରକୁ କଲ୍‌ ଯାଉନଥିବା EOW ପକ୍ଷରୁ କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.