ଲୋକଙ୍କ ଖବର ସଂଗ୍ରହ କରିବାକୁ  ଯାଇ ନିଜେ ଖବର ପାଲଟିଗଲେ ସାମ୍ବାଦିକ ରୋହିତ ବିଶ୍ବାଳ, ଲ୍ୟାଣ୍ଡମାଇନରେ ଲିଭିଗଲା ଜୀବନ ଦୀପ

କଳାହାଣ୍ଡି(କେନ୍ୟୁଜ୍): ଆଉ ଜଣେ ବରିଷ୍ଠ ସାମ୍ବାଦିକ। ଲାଣ୍ଡମାଇନରେ ଟଳି ପଡିଲେ ଏହି ବିରିଷ୍ଠ ସାମ୍ବାଦିକ।  ମୃତ ସାମ୍ବାଦିକ ମୋହନଗିରି ଅଞ୍ଚଳର ରୋହିତ ବିଶ୍ୱାଳ । କଳାହାଣ୍ଡ ଜିଲ୍ଲା ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଥିଲେ । ନିର୍ବାଚନ ବର୍ଜନ କରିବା ସହ ଅନେକ ଦାବି କରିଥିଲେ ମାଓବାଦୀ ।

ମାଓବାଦୀଙ୍କର ଏହି ପୋଷ୍ଟର ବ୍ୟାନର ଲାଗିଥିବା ସୂଚନା ପାଇଁ ରୋହିତ ଖବର ସଂଗ୍ରହ ପାଇଁ ଯାଇଥିଲେ। ଅରଖକୁପା ଛକ ନିକଟ ଦୁଲେନ୍‌ ଗାଁ ଜଙ୍ଗଲକୁ ଯାଇଁ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରୁଥିବା ବେଳେ ପୂର୍ବାହ୍ନ ୧୧ଟା ୩୦ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ବଡ଼ଧରଣର ହୋଇଥିବାରୁ ଦୁଲେନ୍‌ ଗାଁର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଗାଁ ଲୋକେ ପହଞ୍ଚିବା ପୂର୍ବରୁ ରୋହିତ ଛଟପଟ ହୋଇ ଅଳ୍ପ ସମୟ ମଧ୍ୟରେ ପ୍ରାଣ ହାରିଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ‌ ପୋଷ୍ଟମର୍ଟମ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.