ଏମିତି ବି ଆସେ ମୃତ୍ୟୁ : ବାଟରେ ଯାଉ ଯାଉ ଚାଲିଗଲା ଜୀବନ

ନବରଙ୍ଗପୁର : ମେଡିକାଲକୁ ଦୁଇ ଚକିଆ ଗାଡ଼ିରେ ଯାଉଥିବା ବେଳେ ହଠାତ୍ ଟଳିପଡ଼ିଲେ। ଗାଡ଼ିରେ ଯାଉ ଯାଉ ହାର୍ଟ ଆଟାକ୍। ନବରଙ୍ଗପୁରରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁର ଏପରି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୃତ ସାମ୍ବାଦିକ ହେଉଛନ୍ତି ପାପଡ଼ାହାଣ୍ଡିର ଏ ଜଗଦୀଶ ରାଓ । ଗତ ସୋମବାର ନିଜ ଚାଷ ଜମିକୁ ଯିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଜଣେ ମେଡିକାଲ ଷ୍ଟୋର ପିଲାକୁ ଡାକି ଯାଉଥିବା ବେଳେ ହୃଦଘାତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.