ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ପ୍ରସଙ୍ଗ, ସୂଚନା ଭବନରେ ଏକାଠି ହୋଇ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ
ଭୁବନେଶ୍ୱର : ସାମ୍ବାଦିକା ଚିନ୍ମୟୀ ସାହୁ ଓ ତାଙ୍କ ଟିମ୍ ଉପରକୁ କୁକୁର ଛାଡ଼ିବା ପ୍ରସଙ୍ଗରେ ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସାମ୍ବାଦିକ । ଆଜି ସୂଚନା ଭବନରେ ବହୁ ସଂଖ୍ୟାରେ ସାମ୍ବାଦିକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି ।
ପୂର୍ବତନ ବିଧାୟକ ରଘୁନନ୍ଦନଙ୍କ ସରକାରୀ କ୍ୱାର୍ଟର୍ସକୁ ସମ୍ପୃକ୍ତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କ ଉପରକୁ କୁକୁର ଛାଡ଼ିଦେବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ତୁରନ୍ତ ପୋଲିସ ଏ ଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି ।