ଆସୁଛନ୍ତି ଜେପି ନଡ୍ଡା, ଆସନ୍ତାକାଲି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଆଜି ସଂଧ୍ୟା ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ପୁରୀ ଯିବେ। ରାତିରେ କୋଣାର୍କ ଇକୋ ରିସର୍ଟରେ ରହିବେ। ଆସନ୍ତାକାଲି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ।
କୋଣାର୍କ ବେଳାଭୂମି ରାସ୍ତା ସ୍ବାମୀ ନାରାୟଣ ମନ୍ଦିର ପରିସରରେ ବିଜେପିର ପ୍ରଶିକ୍ଷଣ ଶିବିର ଆସନ୍ତା ୧୧ରୁ ଆରମ୍ଭ ହେବ। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଶିକ୍ଷଣ ଶିବିରରେ ରାଜ୍ୟର ୨୦ ଲୋକସଭା ସାଂସଦଙ୍କ ସହ ୮୧ ବିଧାୟକ ଓ ୩ ରାଜ୍ୟସଭା ସାଂସଦ ଯୋଗ ଦେବେ । ୧୧ ତାରିଖ ଦିନ ସମସ୍ତ ସାଂସଦ, ବିଧାୟକ ପହଞ୍ଚିବେ ।
୧୨ ତାରିଖ ସକାଳ ୭ ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ । ସେପଟେ ଓଡ଼ିଶା ପାଇଁ ଏହା ଏକ ଐତିହାସିକ ମୂହୁତ । ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ନେଇ ଓଡ଼ିଶାବାସୀଙ୍କ ଯେଉଁ ଲକ୍ଷ୍ୟ ଥିଲା ତାହା ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଦିନ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଭୁବନେଶ୍ୱର ଆସି ଅତିଥି ଭବନରେ କିଛି ସମୟ ରହି ସଂଧ୍ୟା ୭ଟାରେ ଦିଲ୍ଲୀ ଫେରିଯିବେ ଜେପି ନଡ୍ଡା ।
Also read: ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ କରିବେ ଉଦଘାଟନ