ଭୁବନେଶ୍ବରରେ ଜେପି ନଡ୍ଡା, କଟକରେ ଆୟୁଷ୍ମାନ ଭାରତ ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର:   ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ  ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ।  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି  ନଡ୍ଡା ।  ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ।  ଆଜିଠୁ  ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ।  କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ କରିବେ ନଡ୍ଡା ।  ରାଜ୍ୟରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସମନ୍ୱୟ ରଖି ଏବିପିଏମ୍-ଜେଏୱାଇ କାର୍ଯ୍ୟକାରୀ କରାଯିବ ।

ଜାନୁଆରୀ ୧୩ରେ ଦିଲ୍ଲୀରେ  ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା । ଏହି ଯୋଜନାରେ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ  ।  ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ବ୍ୟବସ୍ଥା ରହିଛି । ଏଥିରେ ରାଜ୍ୟର  ଏକ କୋଟିରୁ ଅଧିକ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ହସପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ ।

 

ଆହୁରି ପଢ଼ନ୍ତୁ :  ଆଜି ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା, ଜାଣନ୍ତୁ ଅନ୍ୟ କେଉଁ ଜାଗାରେ ରହିଛି କାର୍ଯ୍ୟକ୍ରମ