ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୫ ଜଣଙ୍କୁ ଧରିଲା ପୋଲିସ୍ , ହେଲେ ଛାଡିଦେଲା !

ଭୁବନେଶ୍ୱର : ରାଜଧାନୀ ଏବେ ପାଲଟିଛି ଅପରାଧିଙ୍କ ଆଡ୍ଡା ସ୍ଥଳୀ । ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ । କେତେବେଳେ ଡ୍ରଗ୍ସ ତ କେତେବେଳେ ଲୁଟ୍, ଏମିତି ପ୍ରତିଦିନ ଚାଲିଛି ଅପରାଧିଙ୍କ ରାଜୁତି । ପୁଣି ଆଉ ଏକ ଅପରାଧ ଘଟଣା ସାମ୍ନାକୁ ଆସିଛି ବଡ଼ଗଡ଼ ଥାନା ଅଞ୍ଚଳରୁ । ଯାହା ସୂଚନା ମିଳିଛି କି, ବଡ଼ଗଡ଼ ଥାନା ଅଧିନସ୍ଥ କେଶୁରା ଗ୍ରାମର ଆଶୁତୋଷ ନଗର ଅଞ୍ଚଳରେ ଚୋରି, ଡକାୟତି, ଜୁଆ ଖେଳ ଭଳି ଅପରାଧିକ ଘଟଣା ଏତେ ମାତ୍ରାରେ ବଢିଚାଲିଛି ଯେ, ସେଠିକାର ବାସିନ୍ଦା ଏବେ ଶାନ୍ତିରେ ଟିକେ ନିଶ୍ୱାସ ବି ନେଇପାରୁନାହାନ୍ତି ।

ଗତ କିଛି ମାସ ତଳେ ଆଶୁତୋଷ ନଗରରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣା ଲୋକମାନଙ୍କ ମନରୁ ନଲିଭୁଣୁ ପୁଣି ବଡ଼ଗଡ ପୋଲିସ୍ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ଯେଉଁ ଘଟଣା ଏବେ ଭାରି ଚର୍ଚ୍ଚାରେ । ଗତ ୨୭ତାରିଖ ଦିନ ଆଶୁତୋଷ ନଗରର ଜଣେ ବ୍ୟକ୍ତି ଜୁଆ ଅଡ୍ଡା ଚଳାଇଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ବରଗଡ ପୋଲିସ୍ । ଏହି ଚଢାଉରେ୧୫ଜଣ ଜୁଆଡ଼ିଙ୍କୁ କାବୁ କରରଯାଇଥିଲା । ହେଲେ ଯାହା ଅଭିଯୋଗ ହୋଇଛି ଯେ, କୁଆଡେ ପର ମୁହୂର୍ତ୍ତରେ ପୋଲିସ୍ ସେହି ଜୁଆଡ଼ି ମାନଙ୍କୁ ଛାଡି ଦେଇଛି । ଯେଉଁ ଘଟଣା ଏବେ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି । କେଉଁ ପରିସ୍ଥିତିରେ ଏଭଳି ଅପରାଧୀଙ୍କୁ ପୋଲିସ୍ ବିନା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ଛାଡିଦେଲା, ତାହାକୁ ନେଇ ଏବେ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।

ଏପଟେ ପୋଲିସ୍ ଯେତେବେଳେ ଚଢ଼ାଉ କରିଥିଲା ସେହି ସମୟରେ ସମସ୍ତଙ୍କୁ ଗୋଡାଇ ଗୋଡାଇ ଧରିଥିଲା । ସେମାନଙ୍କ ଭିତରରୁ ଦୁଇ ଜଣ ଜୁଆଡି ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ଜଣକ ଗୋଡ଼ରେ ଆଘାତ ବି ଲାଗିଥିଲା । ତେବେ ପର ମୁହୂର୍ତ୍ତରେ ସମସ୍ତ ଜୁଆଡ଼ିଙ୍କୁ ଛାଡ଼ିଦେବା ଆଉ ଜୁଆ ଆଡ୍ଡା ଚାଲିଥିବା ଘର ମାଲିକଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବା କଥାକୁ ନେଇ ଉକ୍ତ ଅଞ୍ଚଳ ବାସିନ୍ଦା ଏବେ ଚିନ୍ତା ପ୍ରକଟ କରିଛନ୍ତି । ଖାଲି ସେତିକି ନୁହେଁ ଜୁଆ ଆଡ୍ଡା ଚଳାଉଥିବା ମାଲିକ ଓଲଟା ଉକ୍ତ ଅଞ୍ଚଳର କିଛି ବାସିନ୍ଦାଙ୍କ ବିରୋଧ ଦେଇଥିବା ଅଭିଯୋଗକୁ ନେଇ ପୋଲିସ୍ ସେମାନଙ୍କୁ ଡାକିବା ଘଟଣା ଆଉ ଏକ ଆଲୋଚନାର ବିଷୟ ହୋଇପଡିଛି ।

ତେବେ ଏହି ଘଟଣା ପରେ ଏବେ ଅଞ୍ଚଳ ବାସିନ୍ଦା ଭୟ ଆଉ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । କାହିଁକି ନା ଚୋରି, ଡକାୟତି ଭଳି ଅନେକ ଅପରାଧ ଏ ଅଞ୍ଚଳରେ ଥମିବାର ନା ଧରୁନି । ସେମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବଡ଼ଗଡ଼ ଆଶୁତୋଷ ନଗର ଅଞ୍ଚଳର ବାସିନ୍ଦା ବର୍ତ୍ତମାନ କେମିତି ସୁରକ୍ଷିତ ରହିବେ ତାକୁ ନେଇ ପୋଲିସ୍ ପ୍ରଶାସନ ନିହାତୀ ଭାବେ କିଛି ଆଖି ଦୃଶିଆ ପଦକ୍ଷପ ଗ୍ରହଣ କରିବା ନୀହାତି ଆବଶ୍ୟକ ।

ଆହୁରି ପଢ଼ନ୍ତୁ :  ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା, ମେଟ୍ରୋ ସାଟେଲାଇଟ ସିଟିରୁ ଲକ୍ଷାଧିକ ଟଙ୍କାର ସିରିଜ ଲୁଟ୍