ରାଜ୍ୟ

୧୧ କେଭି ତାର ଚୋରି ପରେ ଅନ୍ଧାରରେ ଥିଲା ଜୁଆଙ୍ଗ ସାହି, ପୁଣି ତାର ସଂଯୋଗ ପରେ ଗାଁକୁ ଗଲା ବିଜୁଳି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଜୁଆଙ୍ଗ ସାହିକୁ ସଂଯୋଗ ହେଲା ବିଦ୍ୟୁତ ତାର । ଚୋରି ହୋଇଯାଇଥିବା ୧୧ କେଭି ବିଦ୍ୟୁତ ତାର କେହି ଚୋରୀ କରି ନେଇଯାଇ ଏହି ଖବର ଟିଭିରେ ପ୍ରସାରଣ ହେବାପରେ ବିଦ୍ୟୁତ ବିଭାଗ ତରଫରୁ ତ୍ୱରିତ ଭାବରେ ତାର ଟଣା ଆରମ୍ଭ ହୋଇଥିଲା ଆଉ ଗାଁ ଲୋକଙ୍କୁ ବିଜୁଳି ମଧ୍ୟ ମିଳିଥିଲା । ବିଜୁଳି ନଥିବାରୁ ଗାଁରେ ରହୁଥିବା ୪୫ ପରିବାର ଅନ୍ଧାରରେ ରହିବାକୁ ବାଧ୍ୟ ହେଉଥିଲେ ।

ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲା ଆଉ ବିଭାଗ ଓ ଗ୍ରାମବାସୀଙ୍କ ତରଫରୁ ମଧ୍ୟ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରାଯାଇଛି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏନେଇ ଗାଁରେ ରହୁଥିବା ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ବିଶେଷ କରି ବର୍ତ୍ତମାନ ଦଶମ ଶ୍ରେଣୀ ପରୀକ୍ଷା ଚାଲୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ପାଠ ପଢିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଲଣ୍ଠନରେ ପାଠ ପଢୁଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ଗରମ ମଧ୍ୟ ହେଉଛି ।

ଖାଲି ଏତିକି ନୁହେଁ ଗାଁ ପାଖରେ ଲୋକମାନେ କରୁଛନ୍ତି ଅନେକ ପ୍ରଜାତିର ଫସଲ ଯଥା ଆଖୁ, ପୋଟଳ, କଲରା, କଦଳୀ, ଝୁଡଙ୍ଗ, ଟମାଟୋ, ଧାନ ତଳି ଆଦି ଗଛ ପାଣି ନପାଇ ସମ୍ପୂର୍ଣ୍ଣ ଭାବରେ ମରିଯାଇଥିଲା । ତେବେ ଏହି ଘଟଣାକୁ ଗମ୍ଭିରତାର ସହ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ତୁରନ୍ତ ବିଦ୍ୟୁତ ବିଭାଗ ସହିତ ଯୋଗାଯୋଗ କରି ଗାଁରୁ ଚୋରୀ ହୋଇଥିବା ବିଦ୍ୟୁତ ତାର ସଂଯୋଗ କରିବା ପାଇଁ କହିଥିଲେ ଆଉ ଶେଷରେ ତାର ସଂଯୋଗ ହୋଇ ଗାଁକୁ ଗଲା ବିଜୁଳି । ଏବେ ଲୋକଙ୍କ ଘରେ ଟିଭି, ଫ୍ୟାନ ଓ ବଲ ଜଳୁଛି ତା ସାଙ୍ଗକୁ ଲୋକଙ୍କ ଜମିକୁ ଜଳ ସେଚିତ ମଧ୍ୟ ହେଉଛି ଯାହାକୁ ନେଇ ଗ୍ରାମବାସୀ ବେଶ ଖୁସୀ ଅଛନ୍ତି ।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago